ଅଟୋରିକ୍ସା ଡ୍ରାଇଭର ଓ ମାଲିକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଅଟୋରିକ୍ସା ଡ୍ରାଇଭର ଓ ମାଲିକ ସଂଘ ତରଫରୁ ଆରଟିଓ ଅଫିସର ମନମୁଖୀ କାର୍ଯ୍ୟାକଳାପକୁ ବିରୋଧ କରି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

👇खबर सुनने के लिए प्ले बटन दबाएं

ଗଜପତି ଜିଲ୍ଲା ଅଟୋରିକ୍ସା ଡ୍ରାଇଭର ଓ ମାଲିକ ସଂଘ ତରଫରୁ ଆରଟିଓ ଅଫିସର ମନମୁଖୀ କାର୍ଯ୍ୟାକଳାପକୁ ବିରୋଧ କରି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ କିଛିଦିନ ହେଲା ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) କାର୍ଯ୍ୟାଳୟ ତରଫରୁ ଖୋଲାଖୋଲି ଆଇନ ଉଲ୍ଲଘଂନ କରି ଯାନବାହାନ ଗୁଡିକର ଫୋଟ ଉଠାଇ ସରକାରଙ୍କ ଧାର୍ଯ୍ୟ ସୀମା ଠାରୁ ମନଇଛା ଜରିମାନା ଆଦାୟ କରାଯାଉଛି । ଏହାର ପ୍ରତିବାଦରେ ଆଜି ଗଜପତି ଜିଲ୍ଲା ଅଟୋରିକ୍ସା ଡ୍ରାଇଭର ଓ ମାଲିକ ସଂଘ ତରଫରୁ ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ହାଇସ୍କୁଲ ଛକ ଠାରୁ ବହୁସଂଖ୍ୟକ ଅଟୋରିକ୍ସା ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୭ଦଫା ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଥିଲେ । ଏହାପରେ ସେମାନେ ଆରଟିଓ ଅଫିସକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିବାପରେ ସେମାନେ ରାସ୍ତାରୋକରୁ ବିରତ ହୋଇଥିଲେ । ଆସନ୍ତା ୭ଦିନ ମଧ୍ୟରେ ସେମାନଙ୍କ ଦାବୀ ଗୁଡିକ ପୂରଣ ନହେଲେ ପୁଣିଥରେ ପ୍ରତିବାଦ କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାର ୫ଶହରୁ ଉର୍ଦ୍ଦ ଅଟୋରିକ୍ସା ଡ୍ରାଇଭର ଓ ମାଲିକ ସାମିଲ ହୋଇଥିଲେ ।

lakshyamedia@
Author: lakshyamedia@

Leave a Reply

Your email address will not be published. Required fields are marked *