ପାରଳାଖେମୁଣ୍ଡି ସହର ତହସିଲ କାର୍ଯ୍ୟାଳୟ କାର୍ଯ୍ୟାଳୟ ନିକଟରେ ଥିବା ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ ଜିଲ୍ଲା ସଭାପତି ପ୍ରନୋଜ କୁମାର ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଜେନ୍ନା ସୁବାଷ ଚନ୍ଦ୍ର ରାଓ ଅତିଥି ଭାବେ ଯୋଗଦେଇ ମାନବ ଅଧିକାର ବିଷୟର ପ୍ରାଞ୍ଜଳ ଭାବେ ନିଜ ବକ୍ତବ୍ୟରେ କହିଥିଲେ । ଗଜପତି ଜିଲ୍ଲାରେ ଅଧିକାଂଶ ସ୍ଥାନରେ ଜନସାଧାରଣ ନିଜର ସର୍ବନିମ୍ନ ସୁବିଧା ପାଇବାରୁ ବଞ୍ଚିତ ହେବାସହ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଜିଲ୍ଲାରେ ଏହି ଅନୁଷ୍ଠାନର କାର୍ଯ୍ୟରତ କର୍ମକର୍ତ୍ତା ମାନେ ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ କହିଥିଲେ । ଜିଲ୍ଲା ସଭାପତି ଶ୍ରୀ ପଟନାୟକ ସଂସ୍ଥା ତରଫରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟଗୁଡିକ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଜିଲ୍ଲାରେ ଯେଉଁଠାରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ହେଉ କି ଯେଉଁ କୌଣସି ପ୍ରଭାବଶାଳୀ ବ୍ୟକ୍ତି କିମ୍ବା ଅନୁଷ୍ଠାନ ହେଉ ଜନସାଧାରଣଙ୍କ ମାନବାଧିକାର ଉଲ୍ଲଘଂନ କରୁଥିବାର ଦୃଷ୍ଟିଗୋଚର ହୁଏ ତେବେ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ ପୀଡିତ/ପୀଡିତାଙ୍କୁ ସହ ଯୋଗର ହାତ ବଢାଇବ ବୋଲି ସଭାପତି ଶ୍ରୀ ପଟନାୟକ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପି.ମୁକେଶ, ଅନାମ ରିତ, ସୁଶାନ୍ତ ଗମାଙ୍ଗ. କେ.ବୁଚିବାବୁ, ନିତ୍ୟାନନ୍ଦ ମଣ୍ଡଳ, ଫିଲିମନ ପରିଚ୍ଛାଙ୍କ ସମେତ ଜିଲ୍ଲାରେ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଅନୁଷ୍ଠାନର ସଦସ୍ୟ ମାନେ ଯୋଗଦେଇଥିଲେ ।
