ଏନସିସି ନାଭାଲ କମାଣ୍ଡିଂ ଅଫିସରଙ୍କ ପାରଳା ଗସ୍ତ

lakshyamedia

lakshyamedia

ବ୍ରହ୍ମପୁର ସ୍ଥିତ ୱାନ ଓଡ଼ିଶା ନାଭାଲ ୱିଙ୍ଗ ଏନସିସିର କମାଣ୍ଡିଂ  ଅଫିସର୍ ଶ୍ରୀ କିଶୋର ଚନ୍ଦ୍ର ରାଉତ ଓ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସୁକାନ୍ତ କୁମାର ନାୟକ ପାରଳା ଗସ୍ତ ରେ ଆସି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚିଥିଲେ । ବିଦ୍ୟାଳୟର ଏନସିସି ନାଭାଲ ଓ ଆର୍ମୀ କ୍ୟାଡେଟ ମାନେ ଶ୍ରୀ ରାଉତଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ପାଛୋଟି ନେଇଥିଲେ । ଶ୍ରୀ ରାଉତ ବିଦ୍ୟାଳୟର ପରିସର ରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଡି. ଶ୍ରୀରାମ ମୂର୍ତ୍ତିଙ୍କ ସହ ଏନସିସିର ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ପରେ ଏନସିସି କ୍ୟାଡେଟ ମାନଙ୍କୁ ସମ୍ବୋଧିତ କରିବା ଅବସରରେ ଛାତ୍ରମାନଙ୍କୁ  ଏକତା ଓ ଶୃଙ୍ଖଳାର ସହ କାର୍ଯ୍ୟ କରିବା ସହ ଦେଶ ମାତୃକାର ସେବା କରିବା ପାଇଁ ବ୍ରତୀ ହେବା ପାଇଁ ଆହ୍ଵାନ ଦେଇଥିଲେ। ତତ୍ ସହିତ ଡ଼ିସେମ୍ବର ୧୬  ବିଜୟ ଦିବସର ବାର୍ତ୍ତା ସମସ୍ତଙ୍କ ପାଖେ ପହଞ୍ଚାଇ ଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୁରାତନ ଛାତ୍ର ମାନେ ଶ୍ରୀ ରାଉତଙ୍କୁ ସାକ୍ଷାତ କରିବା ଅବସରରେ ଆଦିବାସୀ ବହୁଳ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନୂତନ ଭାବେ ଏନସିସି ଖୋଲିବା ନିମନ୍ତେ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ହରିହର ଦାଶ, ଏନସିସି ଅଧିକାରୀ ସୋମନାଥ ଦାଶ, ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Comment

इस पोस्ट से जुड़े हुए हैशटैग्स

error: Content is protected !!