ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ।

lakshyamedia.com

👇खबर सुनने के लिए प्ले बटन दबाएं

ପାରଳାଖେମଣ୍ଡି/୨୮.୧୧.୨୦୨୩ -: ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଖର୍ସଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ.କୁମାର ପ୍ରମୁଖ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରିଥିଲେ | ଖର୍ସଡ଼ା ସମେତ ବାଘସଳା, ମଧୁସୂଦନପୁର, ଉପଲଡା ଓ ନାମନଗଡ ଗ୍ରାମ ପଞ୍ଚାୟତର ମୋଟ ୧୦୬ ଗୋଟି ଅଭିଯୋଗ ପତ୍ର ପୋଲିସ ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୩୮ ଗୋଟି, ଗ୍ରାମ ଭିତ୍ତିକ ସମସ୍ୟା ୬୮ ରହିଥିଲା | ସେଥିମଧ୍ୟରୁ ୪୩ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରଯାଇ ସମାଧାନ କରାଯାଇଥିଲା ଏବଂ ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲ୍ଲାପ୍ରଶାସନ ଜଣାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ମୋ ଘର ଯୋଜନା, ରାସ୍ତା ସମସ୍ୟା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।
ଆଜିର ଜନ ଅଭିଯୋଗ ଶୁଣାଣୀରେ ଗୋସାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ୍.ବୀର୍ ରାଜୁ, ଗୋସାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ତହସିଲଦାର ସ୍ଥାନୀୟ ସରପଞ୍ଚ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ଲକ୍ଷ ମିଡିଆ

lakshyamedia@
Author: lakshyamedia@

Leave a Reply

Your email address will not be published. Required fields are marked *