ଗଜପତିରେ ୬୦ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ ।

lakshyamedia

lakshyamedia

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡାସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ୬୦ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ ହୋଇଯାଇଛି ।ଆଜି ସକାଳ ୮.୩୦ମିନଟ ସମୟରେ ରିଜର୍ଭ  ପୋଲିସ ପଡିଆରେ ଗୃହରକ୍ଷୀ ବାହିନୀ ଦିବସରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦାୟିତ୍ୱରେ ରହିଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।ଏହାପରେ ସେ ମହାମହିମ ରଷ୍ଟ୍ରପତି ଦୌପତୀ ମୁର୍ମୁ, ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଗୃହରକ୍ଷୀ ବାହିନୀ ମହାନିର୍ଦ୍ଧେଶକ,ସିଭିଲ ହୋମଗାର୍ଡ ଡିଜି  ଦ୍ୱାରା ଗୃହରକ୍ଷୀ ବାହିନୀ ଦିବସ ପାଳନ ଉପଲକ୍ଷେ ପ୍ରଦାନ କରିଥିବା ବାର୍ତ୍ତାକୁ ପଠନ କରିବାସହ ଦେଶର ସୁରକ୍ଷା କରିବାକୁ ଯାଇ ଶହୀଦ ହୋଇଥିବା କର୍ମଚାରୀଙ୍କୁ  ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଶ୍ରୀ ସିଂ ଗୃହରକ୍ଷୀ ବାହିନୀ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଟେ ।ଦେଶର ସୁରକ୍ଷା କରିବା ନିମନ୍ତେ ପୋଲିସ ବାହିନୀକୁ ସହଯୋଗ କରିବାରେ ୧୯୬୧ ମସିହାରେ ସ୍ଥାପନ ହେଲାପରଠୁ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ  କରିଆସୁଛି ।ଏହାବ୍ୟତୀତ ଦେଶର ସାମାଜିକ ସୁରକ୍ଷା,ଶାନ୍ତି ପ୍ରତିଷ୍ଠା,ପ୍ରାକୃତିକ ବିପର୍ଯ୍ୟୟ,ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ କରିବାରେ ଗୁରୁଦାୟିତ୍ୱ ବହନ କରୁଛନ୍ତି ବୋଲି ଗୃହରକ୍ଷୀ ବାହିନୀ ଦିବସ ପାଳନ ଉପଲକ୍ଷେ ନିଜ ବକ୍ତବ୍ୟରେ ଉଦ୍‌ବୋଧନ ଦେଇଥିଲେ । ଗୃହରକ୍ଷୀ ବାହିନୀ ଦିବସ ପାଳନ ଅବସରରେ    ୩ୟ ଏସ.ଏସ ବାଟାଲିୟନ କମାଣ୍ଡେଣ୍ଟ ଜୁରିଆ ବେହେରା,ଡିଏସପି  ଆର.କେ.ଦାସ, କୈଳାଶ ଚନ୍ଦ୍ର ବୁରୁଦା, ରିଜର୍ଭ ଇନ୍ସପେକ୍ଟର ଡମ୍ବୁରୁଧର ହୋନାଗା, ଗୃହରକ୍ଷୀ ବାହିନୀ ରିଜର୍ଭ ଇନ୍ସପେକ୍ଟର ଏସ.କେ.ଜେନା ଓ ଆଦର୍ଶ ଥାନା ପାରଳାଖେମୁଣ୍ଡିର ଆରକ୍ଷୀ ନିରୀକ୍ଷକ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Comment

इस पोस्ट से जुड़े हुए हैशटैग्स

error: Content is protected !!