ପାରଳାଖେମଣ୍ଡି/୨୮.୧୧.୨୦୨୩ -: ଗଜପତି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୩ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଶୁଭ ଉଦଘାଟିତ ହୋଇଯାଇଛି | ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଜପତି ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରପରିଷଦ ଅଧକ୍ଷା ନିର୍ମଳା ସେଠୀ, ଅଧ୍ୟକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତି ମାରିୟମ ରଇତ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଆଇରେନିୟସ ପ୍ରଧାନ ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ | ଆଜିର ଏହି କୃଷି ମେଳାରେ ସବୁ ବର୍ଗର ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ବିଭିନ୍ନ ରିହାତି ମୂଲ୍ୟରେ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା । କୃଷକମାନେ ଚାଷ ପ୍ରଣାଳୀର ମାନଦଣ୍ଡ ବୃଦ୍ଧି କରି କିଭଳି ଭଲ ଫସଲ ଅମଳ କରିପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲା କୃଷି ବିଭାଗ ସୂଚନା ଦେଇଛି | ଏହା ସହିତ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେବା ଆରମ୍ଭ ହୋଇଛି ଆଜି ଠାରୁ ଯାହା ୦୨.୧୨.୨୦୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୃଷି ବିଭାଗ କହିଛି | ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଜିଲ୍ଲାର ସମସ୍ତ ଚାଷୀଙ୍କ ଉତ୍ପାଦନ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ | ରାଜ୍ୟ ସରକାର ଚାଷୀଙ୍କ ଚାଷର ବିକାଶ ନିମନ୍ତେ କୃଷି ଯାନ୍ତ୍ରିକ ସୁବିଧା ଯୋଗାଇ ଦେବା ସହିତ ଆଜିର ଜିଲ୍ଲା କୃଷି ଯାନ୍ତ୍ରିକ ମେଳା ଆୟୋଜିତ କରାଇଛନ୍ତି ବୋଲି ସମସ୍ତ ଚାଷୀଙ୍କୁ କହିଥିଲେ | ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ଫର୍କରେ ଆଲୋଚନା କରଯାଇଥିଲା । ମିଶ୍ରିତ ଫସଲର ଚାଷ, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ୍ ଉପଯୋଗ ଓ ପରିଚଳନା, ଉନ୍ନତ ମାନର ଯାନ୍ତ୍ର ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ କୃଷକଙ୍କୁ ଭଲ ଚାଷ କରୁଥିବାରୁ ସେମାନଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ମେଳାରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ବିଷୟରେ ସଚେତନ କରାଇବା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମାନଙ୍କ ନିମନ୍ତେ ବିଶେଷ ରିହାତି ଓ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ବ୍ୟବସ୍ଥା, କୃଷି ଓ ଅଣ ସଂଗଠିତ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ଉତ୍ପାଦନ ବୃଦ୍ଧିର ବ୍ୟବସ୍ଥା ବିଷୟ ଆଜିର ଏହି ମେଳାରେ ପ୍ରଦର୍ଶିତ କରାଯାଇଛି । କୃଷି ଯନ୍ତ୍ରପାତି ମେଳାରେ ୫୪ ଗୋଟି ଷ୍ଟୋଲ୍ ଖୋଲା ଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଯୋଗାଣ ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ବ୍ୟୁରୋ ରିପୋର୍ଟ ଲକ୍ଷ ମିଡିଆ
![](https://www.lakshyamedia.com/wp-content/uploads/2023/11/WhatsApp-Image-2023-11-28-at-16.17.51-1-1024x457.jpeg)
![](https://www.lakshyamedia.com/wp-content/uploads/2023/11/WhatsApp-Image-2023-11-28-at-16.16.52-1-1024x458.jpeg)
![lakshyamedia@](https://secure.gravatar.com/avatar/4435adb83934900e7ef4ff714f0c8477?s=96&r=g&d=https://www.lakshyamedia.com/wp-content/plugins/userswp/assets/images/no_profile.png)