ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ।

👇खबर सुनने के लिए प्ले बटन दबाएं

ପାରଳାଖେମଣ୍ଡି/29.11.2023 -: ଧାନମଣ୍ଡି ଖୋଲିବାରେ ବିଳମ୍ବ ଓ ଅବ୍ୟବସ୍ଥା ପ୍ରତିବାଦରେ ଗଜପତି ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ବରେ ବହୁସଂଖ୍ୟକ ଦଳୀୟ କର୍ମୀ ଓ ନେତା ପାରଳାଖେମୁଣ୍ଡି ସ୍ଥିତ ଉପକାରାଗାର ଛକ ଠାରୁ ବାହାରି ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ସେମାନେ ରାଜ୍ୟ ସରକାରଙ୍କ ଚାଷୀ ଓ କୃଷି ମାରଣ ନୀତିକୁ ବିରୋଧ କରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ । ଶେଷରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ସ୍ମାରକ ପତ୍ରଟି ଗ୍ରହଣ କରିଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜି ଶ୍ରୀଧର ନାଇଡୁ, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଏ କୁଳବର୍ଦ୍ଧନ , ସମ୍ପାଦକ ଏ ବସନ୍ତ ରାଓ ଓ ଗୋବର୍ଦ୍ଧନ ଗାଣ୍ଟାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ଲକ୍ଷମିଡିଆ

lakshyamedia@
Author: lakshyamedia@

Leave a Reply

Your email address will not be published. Required fields are marked *