ସରକାରୀ ଜମିରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଠ କରାଗଲା ।

👇खबर सुनने के लिए प्ले बटन दबाएं

ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଷକୁ ଲଗାମ ଲଗାଇବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ଅଭିଯାନ କରାଯାଉଥିବାର ପରିଲକ୍ଷିତ ହେଉଛି । ଏହିକ୍ରମରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଅନୁଗୁରୁ ପଞ୍ଚାୟତର ପଟେଇଗୁଡା ଓ କେଡିଆପଦର ଗ୍ରାମରେ ଥିବା ସରକାରୀ ଜମିରେ ଗଞ୍ଜେଇ ଚାଷ ହୋଇଥିବାର ବିିଶେଷ ସୁତ୍ରରୁ ଜିଲ୍ଲା ପ୍ରଶାସନକୁ ସୂଚନା ମିଳିଥିଲା । ଜିଲ୍ଲା ଅବକାରୀ ,ପୋଲିସ ଓ ରାଜସ୍ୱ ବିଭାଗ ତରଫରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ସେଠାରେ ଥିବା ୩୬.୨୭୫ଏକର ଜମିରେ ହୋଇଥିବା ୭୨ହଜାର୫୫୦ଗଞ୍ଜେଇ ଗଛକୁ କଟାଯିବା ସହ ସେଗୁଡିକୁ ପୋଡି ନଷ୍ଠ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୭କୋଟି ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ।ଏନେଇ ଆର.ଉଦୟଗିରି ଥାନା କେସ ନଂ-୧୪୮/୨୦୨୨ ନିଶ୍ଚେତକ ଔଷଧ ଓ ମାନସିକ ପ୍ରତିକ୍ରିୟା ଉପାଦାନ ଆଇନ-୧୯୮୫(ଏନଡିପିଏସ ଏକ୍ଟ-୧୯୮୫)ର ୨୦(କ)(।)ଧାରାରେ ମାମଲା ରୁଜୁ କରାଯାଇଛି । ମାଜିଷ୍ଟ୍ରେଟ ଦାୟିତ୍ୱରେ ରା.ଉଦୟଗିରି ତହସିଲଦାର ଦାୟିତ୍ୱରେ ରହିଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ ଲରିମାନ ଖର୍ସେଲ ଉପସ୍ଥିତ ଥିଲେ । ରା.ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲ୍ଲୀପ କୁମାର ନାୟକ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

lakshyamedia@
Author: lakshyamedia@

Leave a Reply

Your email address will not be published. Required fields are marked *